ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମଓ ଥିଲେ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସାମନ୍ତରାପୁରରୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଲାଗି ବିଡିଏ କଲୋନୀ ସ୍ଥିତ ସ୍ତ୍ରୀ ଓ ପସୂତି ଡାକ୍ତର ବୈଦ୍ୟନାଥଙ୍କ ଘରୋଇ କ୍ଲିନିକକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା ଆଳରେ ଅସଦାଚରଣ କରିଥିବା ନେଇ ଉକ୍ତ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।