ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି। ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ରୋଗୀମାନେ ଏଥିରୁ ଉପକୃତ ହେବା ସହ ଖୁବଶୀଘ୍ର ସୁସ୍ଥ ମଧ୍ୟ ହେଉଛନ୍ତି। କିନ୍ତୁ ଗତ କିଛିଦିନ ହେବ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ସମୟକୁ ୧୪ ଦିନ ପରିବର୍ତ୍ତେ ୭ ଦିନ କରାଯାଇଛି। ଏହା ଦ୍ୱାରା କରୋନା ଚିହ୍ନଟ ହେବାରେ ଅସୁବିଧା ହେବା ସହ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସରକାର କ୍ୱାରେଣ୍ଟାଇନ ଶିବିରର ଅବଧିକୁ ୭ ଦିନରୁ ପୁନର୍ବାର ୧୪ ଦିନକୁ ବୃଦ୍ଧି କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ପୂର୍ବରୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ ରହଣିକୁ ୨୧ ଦିନ ବୃଦ୍ଧି କରିବା ସହ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।