ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓପିଜିସି ଅଫିସର, କର୍ମଚାରୀ ଏବଂ ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। କରୋନା ମୁକାବିଲା ନେଇ ସରକାରଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓପିଜିସି ଅଫିସର, କର୍ମଚାରୀ ଏବଂ ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଜରିଆରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସମୟରେ ଓପିଜିସି ଅଫିସର ସଂଘର ସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଓପିଜିସି ଶ୍ରମିକ ସଂଘର ସଭାପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଉପସ୍ଥିତ ଥିଲେ। ସେମାନେ ଓପିଜିସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ। ଶ୍ରୀ ତ୍ରିପାଠୀଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିବା ସହ ରାଜ୍ୟ ତଥା ଦେଶର ଏହି ବିପତ୍ତି ସମୟରେ ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ନିଜର କ୍ଷମତା ଅନୁସାରେ ସରକାରଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।