ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,ଏଜେନ୍ସି: ଆଜି ଦିନ ସାଢ଼େ ୧୧ଟା ଠାରୁ ମହାରାଷ୍ଟ୍ରର ଅଲିବାଗଠାରେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୪୦ କିଲୋମିଟର ବେଗରରେ ପବନ ବହୁଥିବା ଜଣାପଡ଼ିଛି। ଏ ନେଇ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପୂର୍ବରୁ ୧୯୬୧ରେ ମୁମ୍ବାଇରେ ମହାବାତ୍ୟା ହୋଇଥିବା ବେଳେ ଏହା ମୁମ୍ବାଇର ଦ୍ୱିତୀୟ ମହାବାତ୍ୟା ହେବ ବୋଲି ପାଣିପାଗ ବିଭାଗର ବରିଷ୍ଠ ବୌଜ୍ଞାନିକ ଆରକେ ଜେନାମଣି କହିଛନ୍ତି।

ଅପରପକ୍ଷରେ ଏହି ବାତ୍ୟା ଦ୍ରୁତଗତିରେ ମୁମ୍ବାଇର ଥାନେ ଜିଲ୍ଲାକୁ ଗତି କରୁଛି। ତେବେ ବାତ୍ୟା ଲ୍ୟାଣ୍ଡଫଲ ପାଖାପାଖି ୩ ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ତେବେ ଏହି ବାତ୍ୟାର ଆକାର ୫୦୦ କିଲୋମିଟର ରହିଥିବା ବେଳେ ସମୁଦ୍ର ମଧ୍ୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିଲା।

ଏ ନେଇ ଏନଡିଆରଏଫର ୪୩ଟି ଟିମକୁ ୨ଟି ଜିଲ୍ଲାରେ ମୁତୟନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଏନଡିଆରଏଫ୍ ଡିଜି ସୂଚନା ଦେଇଛନ୍ତି। ସେହିପରି ଅନେକ ବଡ଼ ବଡ଼ ଗଛ ଉପୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି।