ଖୋର୍ଦ୍ଧା,ଏନ୍ଏନ୍ଏସ୍: ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର। ଏକ ଜଳଖିଆ ଦୋକାନ ଭିତରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀରେ। ସୂଚନାନୁସାରେ, ବୁଧବାର ସକାଳେ ବାଘମାରୀ ଛକରେ ଥିବା ଏକ ଜଳଖିଆ ଦୋକାନ ଭିତରେ ବିଶ୍ୱରଞ୍ଜନ ନାମକ ଜଣେ ଯୁବକ ବେକରେ ରଶି ଦେଇ ଝୁଲୁଥିବା ଦେଖିବାକୁ ମିଳିଛି। ତାଙ୍କ ଭିଣୋଇ ବାସୁ ସାହୁ ଦେଖି ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଜବତ କରି ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ଯୁବକ ଜଣକ ଦୀର୍ଘ ୬ବର୍ଷ ହେବ ତାଙ୍କ ଭିଣୋଇ ବାସୁ ସାହୁଙ୍କ ଜଳଖିଆ ଦୋକାନରେ କାମ କରୁଥୁଲା। ଆଜି ସକାଳେ ତା ଭିଣୋଇ ଦୋକାନ ଖୋଲୁଥିବା ସମୟରେ ବିଶ୍ୱରଞ୍ଜନ ଆତ୍ମହତ୍ୟା କରିଥିବା ଦେଖି ପୋଲିସକୁ ଖବର ଦେଇଥିଲା। ଏ ନେଇ ବାଘମାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।