ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ବାତ୍ୟା ନିସର୍ଗ: ଆଲର୍ଟରେ ଏନଡିଆରଏଫ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଅପରାହ୍ଣରେ ମହାରାଷ୍ଟ୍ରର ଅଲିବାଗଠାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ନିସର୍ଗ। ଏ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ଘଣ୍ଟାପ୍ରତି ବହିବାର ସମ୍ଭାବନା ରହିଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ବର୍ଷା ଲାଗିରହିଛି। ସାମୁଦ୍ରିକ ଝଡ ବହିବା ସମୟରେ ୬ ଫୁଟ୍‌ ଉଚ୍ଚାର ଜୁଆର ଉଠିବା ନେଇ ସମ୍ଭାବନା ରହିଛି। ଆରବସାଗରରେ ଉଠିଥିବା ନିସର୍ଗ ଏବେ ଚକ୍ରବର୍ତ୍ତି ବାତ୍ୟାରେ ପରିବର୍ତ୍ତନ ହୋଇଛି। ଯାହା ମୁମ୍ବାଇ ଠାରୁ ୯୪ କିମି ଦୂରରେ ଅବସ୍ଥିତ। ତେଣୁ ମୁମ୍ବାଇରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିବ। ଏଥିରେ ରାୟଗଡ, ମୁମ୍ବାଇ ଓ ଥାନେରେ ଏହାର ଅଧିକ ପ୍ରଭାବ ଦେଖାଯିବ।

ବାତ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଲଗୁ କରାଯାଇଛି। ଲୋକମାନଙ୍କୁ ସମୁଦ୍ର ଓ ସମୁଦ୍ରକୂଳକୁ ନଯିବାକୁ କୁହାଯାଇଛି। ପାର୍କ ଯିବାରେ ମଧ୍ୟ ରୋକ୍‌ ଲଗାଯାଇଛି। ଲୋକମାନଙ୍କୁ ଘରେ ରହିବାକୁ ଅପିଲ କରାଯାଇଛି। ସମୁଦ୍ରକୂଳିଆ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଏହି ପରିପ୍ରେକ୍ଷୀରେ ବାତ୍ୟା ନିସର୍ଗକୁ ନେଇ ଏନଡିଆରଏଫ ଟିମକୁ ସତର୍କ ରହିବାକୁ ସୂଚନା ଦିଆଯାଇଥିବା ବେଳେ ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ର ବାତ୍ୟା ନିସର୍ଗ ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବର ଜଈରପଡ଼ିଛି। ବାତ୍ୟା ସମୟରେ ସହାୟତା ଓ ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ ପୁରା ମହାରାଷ୍ଟ୍ରରେ ୨୦ ଟି ଟିମ୍‌କୁ ମୁତୟନ କରାଯାଇଛି। ଏଥିସହ ମୁମ୍ବାଇରେ ୮ଟି ଟିମ୍‌, ରାୟଗଡରେ ୫ଟି ଟିମ୍‌, ପାଲଘରରେ ୨ଟି ଟିମ୍‌, ଥାନେରେ ୨ଟି ଟିମ୍‌ ମୁତୟନ ଅଛନ୍ତି।