ପାଟଣା ବ୍ଲକରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍ :କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ପୁଣି ଦୁଇ ଜଣ ଗୁଜୁରାଟ ଫେରନ୍ତା ଯୁବକଙ୍କ ଠାରେ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକ୍ ପ୍ରଶାସନ ,ପାଟଣା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଓ ତୁରୁମୁଙ୍ଗା ପୁଲିସ ଚେମଣା ସଂଗରୋଧ କେନ୍ଦ୍ରରେ ପହଞ୍ଚି ଆକ୍ରାନ୍ତଙ୍କର ପ୍ରାଇମୋରୀ କଣ୍ଟାକ୍ଟ ଟ୍ରେସିଂ କରିବା ସହ ଆକ୍ରାନ୍ତଙ୍କୁ କଟକ କୋଭିଡ୍ -୧୯ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ସୂଚନା ଅନୁଯାୟୀ ଆକ୍ରାନ୍ତ ଦୁଇ ଯୁବକ ଗୁଜରାଟର ଅହମଦାବାଦରୁ ଗତ ୧୯ ତାରିଖରେ ଫେରିବାପରେ ଚେମଣା ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ରହୁଥିଲେ । ଚେମଣା ପଞ୍ଚାୟତର ଏହି ସଂଗରୋଧ କେନ୍ଦ୍ରରେ ଏବେ ୧୭ ଜଣ ପ୍ରବାସୀ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ହାଇଦ୍ରାବାଦ୍, ତାମିଲନାଡୁ ଓ ଅହମଦାବାଦ ଫେରନ୍ତା ପ୍ରବାସୀ ଥିବା ଜଣାପଡିଛି। ପାଟଣା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।