ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଇନ୍ସ ଏୟାର ପକ୍ଷରୁ ସୋମବାରଠାରୁ ପୁଣିଥରେ କଲିକତାରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ କରାଯାଇଛି। ସମୟ ସାରୀଣି ମୁତାବକ, ପ୍ରଥମ ଦିନରେ ଏଲାଇନ୍ସ ଏୟାରର ବିମାନ ସକାଳ ୫ଟା ୫୫ରେ କଲିକତାରୁ ୭ ଜଣ ଯାତ୍ରୀକୁ ନେଇ ୭ଟା ୩୫ରେ ଝାରସୁଗୁଡ଼ା ପହଂଚିଥିଲା। ଝାରସୁଗୁଡ଼ାରୁ ୮ଟା୧୦ରେ ୧୨ ଜଣ ଯାତ୍ରୀଙ୍କୁ ନେଇ ୯ଟା୧୫ରେ ଭୁବନେଶ୍ୱର ପହଂଚିଥିଲା। ଭୁବନେଶ୍ୱରରୁ ପୁଣି ୨୩ ଜଣ ଯାତ୍ରୀଙ୍କୁ ନେଇ ୯ଟା୪୫ରେ ଉଡ଼ାଣ ଭରି ୧୦ଟା ୫୦ରେ ଝାରସୁଗୁଡ଼ରେ ଅବତରଣ କରିଥିଲା। ସେହିପରି ଝାରସୁଗଡ଼ାରୁ ୧୧ଟା ୩୦ରେ ୨୪ ଜଣ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୧ଟାରେ କଲିକତା ପହଂଚିଥିଲା। ଏଲାଇନ୍ସ ଏୟାର ବିମାନ ପୂର୍ବ ନିର୍ଦ୍ଧାରିତ ସମୟ ସାରୀଣି ଅନୁସାରେ ସଠିକ ସମୟରେ ଉଡ଼ାଣ ଓ ଅବତରଣ କରିଥିବାବେଳେ ଏହି ସେବା ଆଗକୁ ମଧ୍ୟ ଜାରି ରହିବ ବୋଲି ଝାରସୁଗୁଡ଼ା ଏଲାଇନ୍ସ ଏୟାର ଷ୍ଟେସନ ମାଷ୍ଟର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି।