ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଅନଲାଇନରେ ଯୁକ୍ତ ୨ ପରୀକ୍ଷର ମୂଲ୍ୟାୟନ ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟର ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା ଯିବା ପାଇଁ ପ୍ରସ୍ତୁତି ହୋଇଯାଇଛି।
ତେବେ ଖାତା ଦେଖା କାର୍ଯ୍ୟ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ। ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା ୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧ ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ। ସେହିପରି ଜୁନ୍ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ। ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୁଲ୍ୟାୟନ ହେବ। ଏଥିସହ ମୂଲ୍ୟାୟନ କେନ୍ଦ୍ରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ।
ଏ ନେଇ ସମ୍ପୂର୍ଣ୍ଣ ମୁଲ୍ୟାୟନ କେନ୍ଦ୍ରକୁ ସାନିଟାଇ କରାଯାଛି। ଏଥିରେ ଶିକ୍ଷକମାନେ ଗୋଟେ ଛଡା ଗୋଟେ ସିଟରେ ବସିବେ। ସେହିପରି ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।