ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାମିଲନାଡ଼ୁରୁ ଫେରିଥିବା ଏହି ଆକ୍ରାନ୍ତ ଜଣକ କାଲିମେଳା ବ୍ଲକର ଏମ.ଭି-୭୨ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟାଇନରେ ଥିଲେ।
ସୂଚନାଯୋଗ୍ୟ, ଏଯାବତ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ ଜଣ ସୁସ୍ଥ ହୋଇଛନ୍ତି ଓ ୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥି ସହିତ ଜିଲ୍ଲାରେ ମୋଟ ୩୨୬୭ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଥିବାବେଳେ ୩୨୧୩ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି।