ବଲାଙ୍ଗିରରେ ୧୧ କରୋନ ପଜିଟିଭ: ମୋଟସଂଖ୍ୟା ୮୦କୁ ଛୁଇଁଲା

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲାରେ ଆଜି ୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଂଚିଛି। ଆଜି ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ମୁରିବାହାଲ ବ୍ଲକର ୨ଜଣ, ତୁରେକେଲା ବ୍ଲକର ୪ଜଣ, ଟିଟିଲାଗଡ଼ ବ୍ଲକର ୨ଜଣ ଓ ବଙ୍ଗୋମୁଣ୍ଡାରୁ ୩ଜଣ ରହିଛନ୍ତି । ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ, ତେନ୍ତୁଲିଖୁଣ୍ଟି ପଂଚାୟତରୁ ଦୁଇଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି। ଏମାନେ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଏବଂ ପରେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ବଙ୍ଗୋମୁଣ୍ଡା ବ୍ଲକର ୩ ଜଣ ଜାମଖୁଣ୍ଟା ପଂଚାୟତର ଏବଂ ସମସ୍ତେ ମୁମ୍ବାଇ ଫେରନ୍ତା। ଏମାନେ ୨୪ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା ପରେ ୨୫ ରୁ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତରୁ ଚିହ୍ନଟ ହୋଇଥିବା ୪ ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ଟିଟିଲାଗଡ଼ ବ୍ଲକ ବିନେକେଲା ପଂଚାୟତର ଦୁଇ ଜଣ ମୁମ୍ବାଇ ଫେରନ୍ତା ହୋଇଥିବା ବେଳେ ସେମାନେ ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହୋଇଥିବାବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ଓ ୭୪ ଜଣ ଚିକିତ୍ସାଧୀନ ଅଛନ୍ତି।