ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି। ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଓ ଗଣଣିକ୍ଷା ମନ୍ତ୍ରୀ ସମୀର ଦାଶ। ଜୁନ୍ ୧୭ରୁ ସ୍କୁଲ ଖୋଲିବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଗତକାଲି କେନ୍ଦ୍ରର ଗାଇଡଲାଇନ ଆସିବା ପରେ ଜୁଲାଇରେ ସ୍କୁଲ ଖୋଲିବାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦର୍ଶାଯାଇଛି। ଆଗାମୀ ଦିନରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବାକୁ ନେଇ ରାଜ୍ୟ ସରକାର ଅଭିଭାବକ, ଶିକ୍ଷକ ଓ ଅନ୍ୟ ଅଂଶିଦାରଙ୍କ ସହ ଆଲୋଚନା କରିବେ। ଆଉ ସେମାନଙ୍କର ମତାମତ ନେବା ପରେ କେନ୍ଦ୍ରକୁ ଜଣାଇବେ ବୋଲି କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।
ସେହିପରି କୋଭିଡ ଗାଇଡଲାଇନ ସହ ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ। ଆଉ ଅଫଲାଇନ ମୂଲ୍ୟାୟନ ଜୁନ୍ ୮ରୁ ହେବ। ଏଥି ସହିତ ବିଜ୍ଞାନ ଓ ବାଣିଜ୍ୟ ଅନଲାଇନରେ ଏବଂ କଳା ଓ ଭୋକେସନାଲ ଖାତାଦେଖା ଅଫଲାଇନରେ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।