ମୋ’ପରିବାରର ଅଧ୍ୟକ୍ଷ ଆରୁପ ପଟ୍ଟନାୟକଙ୍କ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଜି ନବରଙ୍ଗପୁର ଜିଲ୍ଲାରେ ଓଡ଼ିଶା ମୋ’ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପହଞ୍ଚିଛନ୍ତି। ଏଥିସହ ପାପଡାହାଣ୍ଡି ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ସମୟରେ ସେ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରୁଛି ନା ନାହିଁ ଏହା ଉପରେ ଗୁରୁତ୍ୱ ଦବା ସହିତ ଏନେଇ ସେ ଲୋକମାନଙ୍କୁ ବୁଝାଇ ଥିଲେ।

ସରକାର ଲୋକଙ୍କ ସେବା କରିବା ପାଇଁ ଉତ୍ସର୍ଗିକୃତ ବୋଲି କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନିର୍ଦ୍ଦେଶ ଳକଡାଉନ ସମୟରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନେ କେହି ଭୋକିଲା ରହିବେ ନାହିଁ କିମ୍ବା କେହି ପାଦରେ ଚାଲିକି ଆସିବେ ନାହିଁ। ଏହି କଥାକୁ ପାଳନ କରିବା ପାଇଁ ଓଡିଶା ମୋ’ପରିବାର ପକ୍ଷରୁ ଆବାହନ ଦେଇଥିବା କହିଛନ୍ତି ଅରୂପ ପଟ୍ଟନାୟକ। ଏଥିସହ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସେବା କରିବା ହିଁ ଓଡିଶା ମୋ’ପରିବାରର ଲକ୍ଷ ବୋଲି କହିଛନ୍ତି।

ଏଥିସହ ସମସ୍ତ ପ୍ରବାସୀମାନଙ୍କୁ ସୁôଖଲା ଖାଦ୍ୟ ସହିତ ପାଣି ବୋତଲ ଯୋଗାଇ ଦେଇଥିଲେ। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସହିତ ଅନେକ କର୍ମକର୍ତ୍ତା ସାମିଲ ଥିଲେ।