ତୁମୁଡ଼ିବନ୍ଧ/ବେଲଘର,ଏନ୍ଏନ୍ଏସ୍ : ପ୍ରବାସି ଓଡିଆଙ୍କ ପିଛା ଛାଡୁନି ବସ୍ ଦୁର୍ଘଟଣା। କରୋନା ମହାମାରିକୁ ନେଇ ପ୍ରବାସି ଓଡିଆ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇ ବିଭିନ୍ନ ଉପାୟ ଅବଲମ୍ବନ କରି ଭିଟାମାଟିକୁ ଫେରୁଥିବା ବେଳେ କିଛି ପ୍ରବାସି ଟ୍ରେନ୍ ଓ ବସ୍ ଯୋଗେ ଫେରିବାରେ ଲାଗିଛନ୍ତି। ଏହିପରି ସ୍ଥଳେ ଗଞ୍ଜାମ ଜିଲ୍ଲାର ୪୭ଜଣ ପ୍ରବାସି ଓଡିଆ ଗୋଆରୁ ଟ୍ରେନ ଯୋଗେ ଭବାନିପାଟଣା ପହଂଚିଥିଲେ ଗତ ସମୋବାର ଦିନ। ଏକ ସ୍ୱତନ୍ତ୍ର ଘୋରଇ ବସ୍ ଯୋଗେ ଭବାନିପାଟଣା ଠାରୁ ଗଞ୍ଜାମ ଜିଲ୍ଲାକୁ ଯାଉଥିଲେ। ରାତ୍ର ପ୍ରାୟ ୧୧ଟା ସମୟରେ ୫୯ ନମ୍ବର ଯାତୀୟ ରାଜପଥର କଳାହାଣ୍ଡି କନ୍ଧମାଳ ସିମାନ୍ତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ ପାଚାଂୟତର କିନେର ପଡାଠାରେ ବିପରିତ ଦିଗରୁ ଏ.ପି ୩୯ ଟିଜି ୭୧୮୯ ଏକ ମାଲ ବୋଝେଇ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ପ୍ରବାସି ଓଡିଆ ୨୫ଜଣ ଆହାତ ହୋଇଥିବା ବେଳେ ସେଥିମଧ୍ୟରୁ ଉଭୟ ଗାଡିର ଚାଳକ ଓ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଥିଲେ। ଉଭୟ ଗାଡି ମୁହାମୁହିଁ ଧକ୍କା ହେବାର ଶବ୍ଦ ଶୁଣି ପାଖ ଗ୍ରାମବାସୀ ଘଟଣାସ୍ଥଳରେ ପହଚିଂ ଆହାତଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ତୁମୁଡ଼ିବନ୍ଧ ପୋଲିସ, ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ ପାଇବା ମାତ୍ରେ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ଶପାଫ, ଏସଆଇ ଜୟନ୍ତ କୁମାର ସେଠୀ, ଏ.ଏସ୍.ଆଇ ଭକ୍ତ ଚରଣ ମୁଖି, ତ୍ରିଲୋଚନ ପ୍ରଧାନ, ଅଗ୍ନିଶମ ଅଧିକାରୀ ଓ ସଦଳେବଳ ଓ ତୁମୁଡ଼ିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଗସ୍ତି ପ୍ରଧାନ ଘଟଣା ସ୍ଥଳରେ ପହଚିଂ ଆହାତଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଆଣାଯାଇଥିଲା। ଗୁରୁତର ତିନି ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଅନ୍ୟ ସମସ୍ତ ପ୍ରବାସିଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁମୁଡ଼ିବନ୍ଧ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜାଲେସପଟ୍ଟାରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି। ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ଏକ ସ୍ୱତନ୍ତ୍ର ବସ୍ ଆସି ତୁମୁଡ଼ିବନ୍ଧ ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜାଲେସପଟ୍ଟା ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସିମାନଙ୍କୁ ନିଜ ଭିଟାମାଟିକୁ ନେଇଥିବା ବେଳେ ପୋଲିସ ପ୍ରବାସିଙ୍କୁ ବିସ୍କୁଟ, ପାଣି ଦେଇ ବାଲିଗୁଡା ପର୍ଯ୍ୟନ୍ତ ଆସିଥିବା ବସକୁ ସୁରକ୍ଷାଦେଇ ଛାଡିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।