ପାଟଣା, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖୀରେଇଟାଙ୍ଗିରି ସରପଞ୍ଚ ବନୋଜ ନାଏକ ଖୀରେଇଟାଙ୍ଗିରୀ ଠାରେ ହେବାକୁ ଥିବା ଆଜିର ସାପ୍ତାହିକ ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚିଠି ନମ୍ବର ୬୭ ରେ ଏକ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପଡୋ଼ଶୀ ପଞ୍ଚାୟତରେ କରୋନା ପିଜିଟିଭ ଚିହ୍ନଟ ଯୋଗୁ ଆଜିର ସାପ୍ତାହିକ ହାଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ। ଏଥିସହିତ ଜରୁରୀକାଳୀନ ସେବା ମେଡିସିନ ଦୋକାନ ଗୁଡିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୀୟମ ଉଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ସରପଞ୍ଚ ଉଲ୍ଲେଖ କରିଛନ୍ତି। ସରପଞ୍ଚଙ୍କ ଜରୁରୀକାଳୀନ ଘୋଷଣାକୁ ପଞ୍ଚାୟତବାସୀ ସ୍ୱାଗତ କରିଛନ୍ତି।