ନୂଆଦିଲ୍ଲୀ,ଏଜେନ୍ସି: ଏୟାର ଇଣ୍ଡିଆ ଆସନ୍ତା ୧୦ଦିନ ପର୍ଯ୍ୟନ୍ତ ପୁରା କ୍ଷମତା ସହ ବିମାନ ଉଡାଣ ହେଉ ଏବଂ ୧୦ଦିନ ପରେ ବିମାନର ମଝି ସିଟ୍ ବୁକିଂ ନ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେବେ ଆଜି ଇଦରେ ସୁପ୍ରିମକୋର୍ଟ ଖୋଲା ରହିବା ସହି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ଏଥିସହିତ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟକୁ ମଧ୍ୟ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ସ ଭିତରେ ସୋସିଆଲ ଡିଷ୍ଟାସିଂ ପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।