ପୂର୍ବତନ ହକି କ୍ୟାପ୍ଟେନ ତଥା ତିନି ଥର ଅଲମ୍ପିକ୍ ଗୋଲ୍ଡ ମେଡାଲ ବିଜେତା ପଦ୍ମଶ୍ରୀ ବଲବୀର ସିଂହ ସିନିୟରଙ୍କ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳ ୬ଟା ୧୭ ମିନିଟରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ବଲବୀର ଅସୁସ୍ଥ ଥିବାରୁ ତାଙ୍କୁ ଗତ ମେ’ ୮ରେ ମୋହାଲୀର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବଲବୀରଙ୍କ ତିନି ପୁଅ କାନାଡାରେ ରୁହନ୍ତି। ସେ ଚଣ୍ଡୀଗଡ଼ ସେକ୍ଟର ୩୬ରେ ତାଙ୍କ ଝିଅ ସୁଖବୀର ଏବଂ ନାତି କବୀରଙ୍କ ସହ ରହୁଥିଲେ।
ସୂଚନାନୁଯାୟୀ, ବଲବୀର ସିଂହ ସିନିୟର ଲଣ୍ଡନ ଅଲମ୍ପିକ୍ ୧୯୪୮, ହେଲସିଙ୍କି ଅଲମ୍ପିକ୍ ୧୯୫୨ ଏବଂ ମେଲବର୍ଣ୍ଣ ଅଲମ୍ପିକ୍ ୧୯୫୬ରେ ଗୋଲ୍ଡ ବିଜେତା। ୧୯୫୬ ଅଲମ୍ପିକରେ ସେ ଭାରତୀୟ ହକି ଟିମର କପ୍ତାନ ଥିଲେ। ଏତଦ୍ ବ୍ୟତୀତ ସେ ୱାର୍ଲ୍ଡ କପ୍ ୧୯୭୫ରେ ସ୍ଵର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଥିଲେ। ସେହିପରି ସେ ହକିରେ ମେଜର ଧ୍ୟାନଚନ୍ଦ ଟ୍ରଫି ହାସଲ କରିଥିଲେ।