୫ଟି ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ମଧ୍ୟରେ ରହୁନି ସମନ୍ୱୟ

ଦେବଗଡ଼,ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗଇବା ଲକ୍ଷରେ ରାଜ୍ୟ ସରକାର ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ଓ ପୁଲିସ ସେବାକୁ ଅଗ୍ରାଧିକାର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନଥିବାରୁ କୌଣସି ମାମଲାରେ ଥାନାକୁ ଆସୁନଥିବା ଜଣାପଡ଼ିଛି। ଫଳରେ ଜନସାଧାରଣ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି ଦୁଇ ବିଭାଗର ଟଣା ଓଟରା ଯୋଗୁଁ ୫ଟି ଯୋଜନା ଦୀଗହରା ହୋଇଛି।

ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ ଡାକ୍ତର ନିୟମିତ ରହୁ ନଥିବାରୁ ଥାନାକୁ କୌଣସି ମାମଲାରେ ଆସୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ଥାନାରୁ ଅସୁଥିବା ଅଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅଦାଲତରେ ପୁଲିସ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଡାକ୍ତରୀ ରିପୋର୍ଟ ପାଇଁ ଡାକ୍ତରଙ୍କ ଘର ସମ୍ମୁଖରେ ପୁଲିସ ଅଧିକାରୀ କାମ ଛାଡି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଥିବା ଦେଖିବାକୁ ମିଳିଛି।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ନିଜ ପଦବୀର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାର ବିଧି ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ବହୁ ପୁଲିସ ଅଧିକାରୀ ଅଭିଯୋଗ କରିଛନ୍ତି। ସେହିପରି ଡାକ୍ତରଖାନା ପରିସରରେ ଜନସାଧାରଣଙ୍କୁ ସହଯୋଗ ପାଇଁ ସହାୟତା କେନ୍ଦ୍ର ଖୋଲା ଯାଇଥିଲେ ହେଁ ସହାୟତା କେନ୍ଦ୍ରରୁ କୌଣସି ସହାୟତା ମକ୍ଟଳର ନଥିବା ଅଭିଯୋଗ ହୋଇଛି।

ଡାକ୍ତରଖାନା କାନ୍ଥରେ ପ୍ରତ୍ୟେକ ଦିନ କାର୍ଯ୍ୟରେ ଥିବା ଡାକ୍ତରଙ୍କ ସମ୍ପୂର୍ଣ୍ଣ ବିବରଣୀ ରହୁ ନଥିବାରୁ ଉଭୟ ଜନସାଧାରଣ ଓ ପୁଲିସ ବିଭିନ୍ନ ସମୟରେ ଡାକ୍ତରଙ୍କ ପରିଚୟ ପାଇବାରୁ ବଞ୍ଚିତ ରହୁଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟଙ୍କ ମତାମତ ଲୋଡିବାରୁ ସେ ଏଭଳି କିଛି ହୋଇ ନଥିବା ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ବିଭାଗ ପୁଲିସ ବିଭାଗକୁ ସର୍ବଦା ସହଯୋଗ କରି ଆସୁଥିବା ପ୍ରକାଶ କରିଥିଲେ।