ସିଡିଏସ୍ ମୁଖ୍ୟ ବିପିନ ରାୱତ ପିଏମ୍ କେୟାରସ ଫଣ୍ଡକୁ ପ୍ରତିମାସ ଦେବେ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ନିଜ ଦରମାର ୨୦ ପ୍ରତିଶତ ତଥା ୫୦ ହଜାର ଟଙ୍କା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତିମାସରେ ପିଏମ୍ କେୟାରସ୍ ଫଣ୍ଡକୁ କୋଭିଡ-୧୯ର ମୁକାବିଲା ପାଇଁ ପ୍ରଦାନ କରିଥିବା ଜଣାପଡ଼ିଛି।

ଶ୍ରୀ ରାୱତ ଚଳିତ ବର୍ଷ ଏପ୍ରିଲ ମାସରୁ ଦରମା ପ୍ରଦାନ କରିଥିବା ବେଳେ ଏହା ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ସେ ମୋଟ ଗୋଟିଏ ବର୍ଷରେ ପିଏମ୍ କେୟାରସ ଫଣ୍ଡକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବେ।
ଏହି ପରିପ୍ରେକ୍ଷୀରେ ବିପିନ ରାୱତ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଯିଏକି ନିଜ ଦରମାରୁ ୬ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ରିଲଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି।