ମଦ ହୋମ୍ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ମିଳିଲା ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଠାରୁ ରାଜ୍ୟରେ ମଦ ହୋମ ଡେଲିଭରି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅନଲାଇନରେ ତଥା ମେସେଜରେ ଲୋକେ ମଦ ଅର୍ଡର କରିପାରିବେ। ଏହି ଡେଲିଭରି ପ୍ରକ୍ରିୟାରେ ଜୋମାଟୋ ଓ ସ୍ୱିଗି ଫୁଡ୍ ଡେଲିଭରି ସଂସ୍ଥା ସାମିଲ ହେବା ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କୁ ଏହାର ଅନୁମତି ମିଳିଥିବା ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଉଭୟ ସଂସ୍ଥା କେଉଁ ଅଞ୍ଚଳରେ ହୋମ ଡେଲିଭରି କରିବେ ସେ ନେଇ ଲିଷ୍ଟ ଜାରି କରାଯାଇଛି। ଏଥିରେ ସ୍ୱିଗି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ଡେଲିଭରି କରିପାରିବେ। ସେହିପରି ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ଅଞ୍ଚଳରେ ଡେଲିଭରି କରିବ ବୋଲି ଜଣାପଡ଼ିଛି।