ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ ଜିଲ୍ଲା By Nitidin On May 23, 2020 Share ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ମହାମାରୀ ଓ ପରବର୍ତ୍ତି ସମୟରେ ଲକଡାଉନ ଯୋଗୁଁ ସରକାର ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମଦର ଚାହିବା ଜିଲ୍ଲାରେ ବଢିବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଦେଶୀ ମଦର କାରବାର ବୃଦ୍ଧି ପାଉଥିବା ଦେଖାଯାଇଛି। ଫଳରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦେଶୀ ମଦ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଅବକାରୀ ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦେଶୀ ମଦ ସହ ମଦ ପାଇଁ ବ୍ୟବହୃତ ହୋଉଥିବା ପୋଚ ଗୁଡିକୁ ନଷ୍ଟ କରାଯାଇଛି। ସୂଚନା ଅନୁସାରେ ପୁଲିସ ଏବଂ ଅବକାରୀ ବିଭାଗର ନଜର ଅଢୁଆଳରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରବାର ଚାଲିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି ଅବକାରୀ ବିଭାଗକୁ। ସହରର ଗାନ୍ଧୀ ନଗରସ୍ଥିତ ଏକ ବାସଭବନ ଉପରେ ଚଢ଼ଉ କରି ଅବକାରୀ ବିଭାଗ ୧୩୪ ବୋତଲ ପ୍ରାୟ ୩୭ ଲିଟର ବିଦେଶୀ ମଦ ଜବତ କରିଛି। ତେବେ ଏହି କାରବାର କେତେ ଦିନ ଧରି ଚାଲିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ସେହିପରି ଏହି ମଦ ମୁନିଗୁଡାଠାରୁ ଆଣାଯାଇଥିବା ନେଇ ଗିରଫ ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୬ ହଜାର ଟଙ୍କା ହୋଇଥିବା ନେଇ ଅବାକରୀ ବିଭାଗ ସୂଚନା ଦେଇଛି। Share