ଶ୍ରମିକ ସ୍ପେଶାଲ ଟ୍ରେନରେ ୨୧ ସନ୍ତାନ ଜନ୍ମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଉଛନ୍ତି। ଖାସ୍ କଥାଟି ହେଲା, ଏହି ଟ୍ରେନରେ ଯାତ୍ରା ସମୟରେ ୨୧ ସନ୍ତାନ ଜନ୍ମ ନେଇଛନ୍ତି।
ରେଳ ଅଧିକାରୀଙ୍କ ମୁତାବକ, ମେ’ ୧ରୁ ଏପର୍ଯ୍ୟନ୍ତ ୨୧ ସନ୍ତାନ ଭିନ୍ନ ଭିନ୍ନ ଟ୍ରେନରେ ଜନ୍ମ ନେଇଛନ୍ତି। ଏହି ଅବସରରେ ରେଳ ସୁରକ୍ଷା ବଳ (ଆରପିଏଫ୍)ର ମହାନିର୍ଦ୍ଦେଶକ ଅରୁଣ କୁମାର ଟ୍ୱିଟ କରି କହିଛନ୍ତି କି, ‘୨୦୨୦ ମେ’ ୧ରୁ ଶ୍ରମିକ ଟ୍ରେନରେ ଜନ୍ମ ନେଇଥିବା ସମସ୍ତ ଶିଶୁଙ୍କୁ କରୋନା ଜଗତକୁ ସ୍ୱାଗତ।’
ସରକାରଙ୍କ ତରଫରୁ ଶ୍ରମିକ ଟ୍ରେନରେ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ପ୍ରାଥମିକତା ଦିଆଯାଉଛି। କିନ୍ତୁ ଦୁର୍ଭାଗ୍ୟବଶତଃ ମେ’୧୬ ଓ ୧୭ରେ ଭିନ୍ନ ଟ୍ରେନରେ ଯାତ୍ରା କରୁଥିବା ୩ଟି ସନ୍ତାନର ପ୍ରସବର ୨ଘଣ୍ଟା ପରେ ମୃତ୍ୟୁ ହୋଇଯାଇଥିଲା।