କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନରେ ହୋଇଥିବା କ୍ଷୟକ୍ଷତିର ସୀମକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନରେ ଯାଇଥିବା ବେଳେ ୧ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ବାତ୍ୟା ଅମ୍ଫାନରେ ପଶ୍ଚିମ ବଙ୍ଗଳାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟାରେ ପାଖାପାଖି ୫ ଲକ୍ଷ ଲୋକ ନିଜର ବାସଗୃହ ହରାଇଥିବା ସୂଚନା ରହିଛି। ଏଥିସହ ଅନେକ ଚାଷ ଜମି ପାଣିରେ ବୁଡ଼ି ରହିବା ସହିତ ଅନେକ ଲୋକଙ୍କ ଜୀବନ ହାନି ଘଟିଛି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ କରି ଆକାଶ ମାର୍ଗରେ ପଶ୍ଚିମ ବଙ୍ଗଳାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ଭରଣ ପୋଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗକୁ ୧ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ସେହିପରି ଏହି ବାତ୍ୟାରେ ହାନି ହୋଇଥିବା ଜୀବନରେ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଓ ଏଥିରେ ଗୁରୁତର ହୋଇଥିବା ଲୋକମାନଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ରାଜ୍ୟରୁ ଅତିଶୀଘ୍ର ଏହି ସଙ୍କଟ ଦୂରେଇ ଯିବ କହିବା ସହ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଛନ୍ତି।