ଖୋର୍ଦ୍ଧା,ଏନ୍ଏନ୍ଏସ୍: ଅଡୁଆରେ ବିଧାୟକ ଅନନ୍ତ ନାରାୟଣ ଜେନା। ଅନନ୍ତଙ୍କ ନାମରେ ମହିଳା ଆଣିଲେ ଟଣାଓଟରା ଅଭିଯୋଗ। ଘରେ ମହିଳାଙ୍କ ସ୍ବାମୀ ନଥିବା ବେଳେ ଘରେ ବଳ ପୂର୍ବକ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ବାଘମାରୀ ଥାନାରେ ଅଭିଯୋଗ ଆଣିଛନ୍ତି ମହିଳା। ଗତ ୧୯ ତାରିଖର ଏପରି ଘଟଣା ଘଟିବା ନେଇ ଅଭିଯୋଗ ପରେ ଏତଲାକୁ ଆଧାର କରି ବିଧାୟକଙ୍କ ନାରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ।
ତେବେ ମହିଳାଙ୍କ ଘରକୁ ଜବରଦସ୍ତି ଭାବେ ପଶିବା ନେଇ ଆଇପିସିର ଧାରା(୪୪୮), ମହିଳାଙ୍କ ଚୁଟି ଧରି ଟାଣିବା (୩୫୪-ବି), ଗାଳିଗୁଲଜ କରିବା (୨୯୪), ମାରିଦେବାର ଧମକ ଦେବା (୫୦୬) ଏବଂ ବନ୍ଧୁକ ଦେଖାଇବା ଆର୍ମସ ଆକ୍ଟ ସହ ସଙ୍ଘବଧ ନେଇ ୩୪ ଆପିସିରେ ମାମଲା ରୁଜୁ କରିଛି ପୋଲିସ । ସୂଚନା ଥାଉକି ଅନନ୍ତ ଜେନାଙ୍କ ଜଣେ ସମ୍ପର୍କୀୟ ସାରୁଅ ଶିଳ୍ପାଞ୍ଚଳ ୧୦ ଏକର ଯାଗାରେ ଫାର୍ମ ହାଉସ ରେ ଏକ ପୋଖରୀ ଖୋଳାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜିଛି । ଗତ ୧୯ ତାରିଖରେ ରାତିରେ ଅନନ୍ତ ଓ ତାଙ୍କର କିଛି ସହଯୋଗୀ କାର ଯୋଗେ ସାରୁଅ ଅଞ୍ଚଳକୁ ଯାଇ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ବାଘମାରୀ ଥାନାରେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।