ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବାତ୍ୟା ଆମ୍ଫନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫାନ ଜନିତ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି। ଫେନ୍ ଯୋଗେ ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର କ୍ଷତିର ପରିମାଣ ବିଷୟରେ ପଚାରି ବୁଝିଥିଲେ ନବୀନ। ଏହି ସଂକଟକୁ ଦୂର କରିବା ପାଇଁ ଲୋକବଳ ଏବଂ ସାମଗ୍ରୀ ଦୃଷ୍ଟିରୁ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।