ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ଫେରାଇ ଅଣାଯାଉ : ବିଏମଏସ

ରାୟଗଡା,ଏନ୍ଏନ୍ଏସ୍ : ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ନିଜ ନିଜ ଜିଲ୍ଲାକୁ ଆଣାଯାଉ। ୮ ଦଫା ଦାବୀ ନେଇ ଭାରତୀୟ ମଜଦୁର ସଂଘ ରାୟଗଡା ଶାଖା ତରଫରୁ ଜିଲ୍ଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱେର ଏକ ଟିମ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟଶରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅନୁପସ୍ଥିତିରେ ଜରୁରୀ କାଳନୀ ଅଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି।

ଭାରତୀୟ ମଜଦୁର ସଂଘ ତରଫର ନିର୍ଦ୍ଧାରଣ କରାଯାଇଥିବା ୮ ଦଫା ଦାବୀ ମଧ୍ୟରୁ ଶ୍ରମିକମାନଙ୍କୁ ଦୈନିକ କାର୍ଯ୍ୟ ୧୨ ଘଂଟାରୁ ପୁନଃ ୮ ଘଂଟା କରିବା, ୟୁପି, ମଧ୍ୟପ୍ରଦେଶ ଓ ଗୁଜୁରାତ ଭଳି ଶ୍ରମଆଇନ ନିଲମ୍ବନରୁ ବିରତ ରହିବା, ପ୍ରବାସୀ ଶ୍ରମିକଙ୍କୁ ଯଥାଶୀଘ୍ର ନିଜ ନିଜ ଅଚଂଳକୁ ଅଣାଯିବା, ପ୍ରବାସୀ ଶ୍ରମିକମାନଙ୍କୁ ଗସ୍ତଖର୍ଚ୍ଚ ସହ ମାଗଣା ଯାତ୍ରାର ସୁବିଧା ଉପଲବଧ କରାଇବା, ୭୯ ଶ୍ରମଆଇନ ଅନୁଯାୟୀ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଜିକରଣ କରାଯିବା, ଲକଡାଉନ ଯୋଗୁଁ ଜୀବନ ଜୀବିକା ହରାଇଥିବା ଶ୍ରମିକ ତଥା ଉଠା ଦୋକାନିମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା, କାର୍ଯ୍ୟରତ ଅଙ୍ଗନବାଡି, ଆଶା ଓ ପାଚିକାମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ, ଛଟେଇ କର୍ମଚାରୀମାନଙ୍କୁ ତରୁନ୍ତ ପୁନଃ ନିଯୁକ୍ତି ସହ ବକେୟା ଦରମା ପ୍ରଦାନ କରିବା ପାଇଁ ଭାରତୀୟ ମଜଦୁର ସଂଘ ଦାବୀ କରିଛି। ଦାବୀ ପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂପାଦକ ଖଗେଶ୍ୱର ସିଂ, କୋଠାବାଡି ନିର୍ମାଣ ସଂଘର ସଭାପତି ଅରୁଣ ଲେଙ୍କା, ଆଶା ସାଥି ସଂଘ ଜିଲ୍ଲା ସଭାନେତ୍ରୀ ପଦ୍ମନି ପଡିହାରୀ ପ୍ରମୁଖ ଉପସ୍ଥିତ ଥିଲେ।