ଭୁବନେଶ୍ୱର,ଏନ୍ଏନ୍ଏସ୍: ଅତି ଭୟଙ୍କର ରୂପ ଧାରଣ କରି ବାତ୍ୟା ଅମ୍ଫାନ୍ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି। ଏବେ ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରୁଛି। ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍। ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା।
ଆଜି ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା ଅମ୍ଫାନ୍। କାଲି ଠାରୁ ବିଭିନ୍ନ ଜାଗାରେ ଜାରି ରହିଛି ବର୍ଷା। ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି। ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି।
ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି। ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ। ଏହି ପ୍ରବଳ ବର୍ଷା ଓ ପବନରେ ଅନେକ ସ୍ଥାନରେ ଗଛ ଉପୁଡ଼ିଛି। କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ୬ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷତି ହୋଇଥିବା ଆଶଙ୍କା କରାଯାଇଛି। ଚାଷ କ୍ଷୟକ୍ଷତି ଆକଳନ ନେଇ ଗୋଟଏ ଟିମ ବାହାରିଛି। ବାତ୍ୟା ବୁଲ୍ବୁଲ୍ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ବର୍ତ୍ତମାନ ମଧ୍ୟ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବର୍ଷା ଜାରି ରହିଛି। ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଢ଼ିଙ୍କିଆରେ କିଛି ପାନବରଜ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅମ୍ପାନ ପ୍ରଭାବରେ ପୁରୀରେ ୪୦ କିମି ବେଗରେ ପବନ ବହୁଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ, ନୟାଗଡ଼ ଓ ଗଜପତିରେ ଏବେ ସୁଦ୍ଧା କୌଣସି ପ୍ରଭାବ ନାହିଁ। ଜଗତସିହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।