ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ସଂଗରୋଧ କେନ୍ଦ୍ରରେ ଜଣେ ଯୁବକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ କିଛିଦିନ ହେବ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ଆଜି ସକାଳୁ ସେ ତେଲ ଲଗାଇ ଗାଧୋଇବା ପାଇଁ ବାହାରୁଥିଲେ। ହଠାତ୍ ସେ ଅସୁସ୍ଥ ହୋଇ ଟଳି ପଡ଼ିବାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।
ମୃତ ଯୁବକ ଜଣଙ୍କ ନୂଆଗାଁ ବ୍ଲକ୍ ହରିପୁର ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ଜଣାଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।