ନୂଆଦିଲ୍ଲୀ: ମହାବାତ୍ୟା ‘ଅମ୍ଫାନ’ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏନଡିଆରଏଫର ୩୬ଟି ଟିମକୁ ନିଯୁକ୍ତ କରିଛନ୍ତି। ଏଥିରୁ ୧୫ଟି ଟିମ୍ ଓଡ଼ିଶା ପାଇଁ ନିଯୁକ୍ତ କରାଯାଇଛି ଯେଉଁମାନେ କି ତାଙ୍କ କାମ ଆରମ୍ଭ କରିସାରିଲେଣି। ସେହିପରି ପଶ୍ଚିମବଙ୍ଗ ପାଇଁ ୧୯ଟି ଟିମ ନିଯୁକ୍ତ କରାଯାଇଥିବାବେଳେ୨ଟି ଟିମକୁ ଷ୍ଟାଣ୍ଡବାୟରେ ରଖାଯାଇଛି। ଏନେଇ କେନ୍ଦ୍ରୀୟ କ୍ୟାବିନେଟ ସଚିବ ରାଜୀବ ଗାବା ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି।
ଆଇଏମଡି ପ୍ରମୁଖ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କି ‘୧୯୯୯ ପରେ ପଶ୍ଚିମବଙ୍ଗର ଖାଡ଼ିରେ ଏହା ହେଉଛି ଦ୍ୱିତୀୟ ମହାବାତ୍ୟା। ଏବେ ସମୁଦ୍ରରେ ଏହାର ଗତି ଘଣ୍ଟାପ୍ରତି ୨୦୦ରୁ ୨୪୦ କିମି ରହିଛି।’
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶରେ ହାତିଆ ଦ୍ୱୀପ ମଧ୍ୟରେ କେଉଁଠି ବି ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ‘ଅମ୍ଫାନ’ ଲାଗି ପଶ୍ଚିମବଙ୍ଗ, ଓଡ଼ିଶା ସମେତ ମେଘାଳୟ ଓ ସିକିମରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।