ପାକିସ୍ତାନକୁ ଝଟକା ଦେଲା ତାଲିବାନ

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ତାଲିବାନ ତରଫରୁ ବଡ଼ ବୟାନ ଆସିଛି। ପାକିସ୍ତାନକୁ ଝଟକା ଦେଇ କଶ୍ମୀରକୁ ଭାରତର ଭିତିରି ମାମଲା ବୋଲି ତାଲିବାନ କହିଛି। କେବଳ ଏତିକି ନୁହେଁ ଭାରତକୁ ଆକ୍ରମଣ କରିବା ତା’ର ଲକ୍ଷ୍ୟ ନୁହେଁ ବୋଲି ମଧ୍ୟ କହିଛି।
କଶ୍ମୀର ପ୍ରସଙ୍ଗରେ କାଲି ପର୍ଯ୍ୟନ୍ତ ଭାରତ ବିରୋଧରେ ଛିଡ଼ା ହୋଇଥିବା ତାଲିବାନର ମନୋଭାବ ଏବେ ବଦଳିଯାଇଛି। କଶ୍ମୀର ଭାରତର ଭିତିରି ମାମଲା ବୋଲି ସେ ନିଜ ପକ୍ଷରୁ ସ୍ପଷ୍ଟ କରିଦେଇଛି। ଏଥି ସହିତ କଶ୍ମୀରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗତିବିଧିକୁ ଏହି ସଂଗଠନ ସମର୍ଥନ କରିପାରେ ବୋଲି ସୋସିଆଲ ମିଡ଼ିଆରେ ଯେଉଁ ଦାବି ହେଉଥିଲା ତାକୁ ଖଣ୍ଡନ କରିଛି। ସେ ଏବେ କୌଣସି ଅନ୍ୟ ରାଷ୍ଟ୍ରର ମାମଲାରେ ମୁଣ୍ଡ ଖେଳାଇବ ନାହିଁ ବୋଲି କହିଛି। ଆଫଗାନିସ୍ତାନ ତାଲିବାନର ପ୍ରବକ୍ତା ସୁହେଲ ସାହିନ କହିଛନ୍ତି, ‘ଇସଲାମୀଙ୍କର ନୀତି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ। ଆମେ କୌଣସି ଦେଶର ଅନ୍ତରୀକ୍ଷ ମାମାଲାରେ ହସ୍ତକ୍ଷେପ କରିବୁ ନାହିଁ।’