ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ହାଇଡ୍ରୋକ୍ଲୋରୋକୁଇନ ବଟିକା ଖାଉଛନ୍ତି। ଏହା ସେ ନିଜେ ହିଁ ସ୍ୱୀକାର କରିଛନ୍ତି। ପୂର୍ବରୁ ଟ୍ରମ୍ପଙ୍କର କରୋନା ଟେଷ୍ଟ କିନ୍ତୁ ନେଗେଟିଭ ଆସିଥିଲା।
ଟ୍ରମ୍ପଙ୍କ କହିବା ମୁତାବକ, ସେ ଦେଢ଼ ସପ୍ତାହ ହେବ ଜିଙ୍କ ସହ ହାଇଡ୍ରୋକ୍ଲୋରୋକୁଇନ ବଟିକା ଖାଉଛନ୍ତି। ବିଦେଶୀ ସମାଜପତ୍ରର ସୂଚନା ମୁତାବିକ, ଏହି ବଟିକା ଖାଇବାକୁ ନେଇ ସେ ହ୍ୱାଇଟ ହାଉସର ଡାକ୍ତରଙ୍କଠାରୁ ପରାମର୍ଶ ନେଇଛନ୍ତି। କିନ୍ତୁ କରୋନା ଭାଇରସ ପାଇଁ ହିଁ ଡାକ୍ତର ତାଙ୍କୁ ଏହି ବଟିକା ଖାଇବାକୁ କହିଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ।