ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଦିଲ୍ଲୀ ପୁଲିସର ଜଣେ ଏସିପି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ପୃଥକବାସରେ ରଖାଯାଇଛି। ଉକ୍ତ ଏସିପି ରାଷ୍ଟ୍ରପତି ଭବନର ପୁଲିସ ଲାଇନ୍ସରେ ନିଯୁକ୍ତ ଥିଲେ ଯାହାକି ରାଷ୍ଟ୍ରପତି ଭବନର ମୁଖ୍ୟ କ୍ଷେତ୍ରରୁ ଦୂରରେ ରହିଛି। ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ୫ କର୍ମଚାରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଉକ୍ତ ଏସିପି ମେ’ ୧୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ପୃଥକ ରଖାଯାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।