ଆଳି,ଏନ୍ଏନ୍ଏସ୍: କରୋନା ମହାମାରୀ ନିମନ୍ତେ ଆଳି ବ୍ଲକ୍ ଚଣ୍ଡିଆଗଡି ମହିଳା ମହାମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି। ମହାମଣ୍ଡଳ ପକ୍ଷରୁ ୭୦ଟି ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଆଦାୟ ହୋଇଥିବା ୩୦,୭୫୦ ଟଙ୍କା ବିଡ଼ିଓ ଦ୍ୱିବେନ୍ଦୁ ଦାସଙ୍କ ସାହାଯ୍ୟରେ ପ୍ରଦାନ କରାଯାଇଛି।
ଏହି ସମୟରେ ଚଣ୍ଡିଆଗଡି ସରପଞ୍ଚ ସସ୍ମିତା ମିଶ୍ର, ସଭାନେତ୍ରୀ କଳ୍ପନା ମିଶ୍ର, ସମ୍ପାଦିକା କମଳିନୀ ଦାଶ, ସନାତନ ମିଶ୍ର, ପ୍ରକାଶ ଦାସ, ହିମାଂଶୁ ଭଦ୍ର ପ୍ରମୁଖ ଉପସ୍ଥିତ ଥିଲେ।