ନୂଆଦିଲ୍ଲୀ: ସମଗ୍ର ଦେଶରେ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ରାତି ୧୨ଟାରେ ଶେଷ ହେବ। ଏନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଗାଇଡଲାଇ ଜାରି କରିନଥିବାବେଳେ ମହାରାଷ୍ଟ୍ର ସରକାର ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଛି। ମହାରାଷ୍ଟ୍ର ପୂର୍ବରୁ ପଞ୍ଜାବ ସରକାର ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇବାର ନିଷ୍ପତ୍ତି ନେଇସାରିଛି।
ଶରେ ମହାରାଷ୍ଟ୍ର କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୧୧୩୫ରେ ପହଂଚିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୬ଟି ନୂଆ ମାମଲା ସାମ୍ନାକୁ ଆସିଛି।