ଶ୍ରୀନଗର,ଏଜେନ୍ସି : ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀକୁ ଏକ ବଡ ସଫଳତା ମିଳିଛି। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ୫ ଆତଙ୍କୀଙ୍କୁ ଗିରଫ କରାଯିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଶନିବାର ବଡଗାଓଁରେ କେତେକ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ପାଇ ୫୩ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ୧୫୩ ବାଟାଲିୟନର ସୁରକ୍ଷାକର୍ମୀଙ୍କୁ ନେଇ ଏକ ଟିମ୍ ପକ୍ଷରୁ ସେହି ଅଞ୍ଚଳରେ ଚଢାଉ କରାଯାଇଥିଲା। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛି ଲସ୍କରର ଜଣେ ସକ୍ରିୟ ସଦସ୍ୟ ତଥା ଆତଙ୍କବାଦୀ ଜହୁର ୱାନି। ସେ କଶ୍ମୀରରେ ରହିି ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସବୁପ୍ରକାରର ସ୍ଥାନୀୟ ସହାୟତା ଯୋଗାଉଥିଲା। ଏହା ସହିତ ସେ ଭାରତୀୟ ସେନାର ଗତିବିଧି ସମ୍ପର୍କରେ ମଧ୍ୟ ଆଇଏସଆଇକୁ ସୂଚନା ଦେଉଥିଲା। ତାର ୪ ଜଣ ସହଯୋଗୀମାନେ ମଧ୍ୟ ଆତଙ୍କବାଦୀମାନଙ୍କୁ ସହାୟତା ଯୋଗାଉଥିଲେ। ସେମାନେ କଶ୍ମୀରର ବଡଗାମ ଅଞ୍ଚଳର ବୋଲି ଜଣାପଡିଛି। ଏ ନେଇ ଅଧିକ ତଦନ୍ତ ଜାରିରହିଛି। ଅନ୍ୟପକ୍ଷରେ ଜହୁର ଲସ୍କର-ଇ-ତୋଇବାର ବରିଷ୍ଠ କମାଣ୍ଡର ୟୁସୁଫର ବିଶ୍ୱସ୍ତ ସହଯୋଗୀ ଥିବା ପୋଲିସ ଜାଣିପାରିଛି।