ମୁମ୍ବାଇରେ ଦେଶର ପ୍ରଥମ ମୁକ୍ତ କୋଭିଡ ହସ୍ପିଟାଲ

ନୂଆଦିଲ୍ଲୀ: କରୋନାକୁ ରୋକିବା ପାଇଁ ଦେଶର ପ୍ରଥମ ମୁକ୍ତ କୋଭିଡ଼ ହସ୍ପିଟାଲ ମୁମ୍ବାଇରେ ପ୍ରସ୍ତୁତ କରାଯାଇଛି। ୧୦୦୮ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରୋଗୀଙ୍କ ରହିବାର ସୁବିଧା ସହ ଅକ୍ସିଜେନ ଓ ଟେଷ୍ଟର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ବିକେସୀର ଏମଏମଆରଡିଏ ପଡ଼ିଆରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି। ଯେଉଁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ନଥିବ ସେମାନଙ୍କୁ ଏଠାରେ ଚକିତ୍ସା କରାଯିବ। ପ୍ରତ୍ୟେକ ରୋଗୀର ଶଯ୍ୟା ପାଖରେ ଅକ୍ସିଜେନ ଆଉଟଲେଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇରେ କରୋନା ରୋଗୀଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲ ଅଧିକ ଲାଭଦାୟୀ ସାବ୍ୟସ୍ତ ହେବ।