ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏଥିରେ କିଛି ଡରିବାର ନାହିିଁ ବୋଲି କହି ଦେଶବାସୀଙ୍କୁ ସମ୍ମେ୍ବାଧିତ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଏହି ବାତ୍ୟା ଓଡ଼ିଶାରେ ବିଶେଷ ପ୍ରଭାବ ନପକେଇପାରେ। ସେହିପରି ବାତ୍ୟାରେ ପ୍ରଭାବିତ ଆଶଙ୍କା ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଇଛି।
ଏହି ବାତ୍ୟାରେ ରାଜ୍ୟର ୪ ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ହେଉଛି। ସେଗୁଡ଼ିକ ହେଲା ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର। ସେହିପରି ଉତ୍ତର ଓଡ଼ିଶାର ଅନ୍ୟ ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ଏହାର ମୁକାବିଲା ପାଇଁ ବୈଠକ ହୋଇଛି।