ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ଗ୍ରୀନ ଜୋନରେ ଚାଲିବ ବସ୍। ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ଏଥିରେ ଓଏସଆରଟିସି ବସ୍ ଚଳାଚଳ କରିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁଁ ବସରେ ୫୦ ପ୍ରତିଶତ ଯାତ୍ରୀ ଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜରି ହୋଇଥିଲା। ଏ ନେଇ ଗ୍ରୀନ ଜୋନରେ ବସ୍ ଚଳାଚଳ କରିବା ନେଇ ଗତ କିଛିଦିନ ହେଲା ଘରୋଇ ବସ୍ ସଂଘଙ୍କ ସହ ସରକାର ଆଲୋଚନା ଚଳାଇଥିବା ବେଳେ ୫୦ ପ୍ରତିଶତ ଯାତ୍ରୀ ନେଇ ବସ୍ ଚାଳାଇବାକୁ ରାଜି ହୋଇନଥିଲେ।
ସାଧାରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ବସ୍ ଗୁଡ଼ିକୁ ଗ୍ରୀନ ଜୋନରେ ଚଳାଚଳ କରାଇବାକୁ ଅନୁମତି ଦେଇଛନ୍ତି। ତେବେ ଯାତ୍ରା ସମୟରେ ସମସ୍ତ ବସ୍ରେ ସାନିଟାଇଜ ବ୍ୟବସ୍ଥା ରହିବ ଓ ପ୍ରତି ବସରେ ୫୦ ପ୍ରତିଶତ ଯାତ୍ରୀ ଯାତ୍ରା କରିବେ। ସେହିପରି ଯାତ୍ରୀମାନଙ୍କୁ ପୂର୍ବ ଅପେକ୍ଷା ଦୁଇଗୁଣା ବର୍ଦ୍ଧିତ ଭଡା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବସ୍ ଗୁଡ଼ିକ ରେଡ ଜୋନରେ ଚଳାଚଳ କରିବ ନାହିିଁ।