ରାଜ୍ୟରେ ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ର।।ଜ୍ୟରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏଥିରେ ରାଜ୍ୟର ୫ ଜିଲ୍ଲାର ସଂକ୍ରମିତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୫୨ ଜଣ, ବାଲେଶ୍ଵରରୁ ୩୩ ଓ ଯାଜପୁରରୁ ୭, ସୁନ୍ଦରଗଡ଼ରୁ ୭, କେନ୍ଦୁଝରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ ମୋଟ ୫୩୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯ଟି ଆକ୍ଟିଭ କେସ୍ ରହିଛି। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଏଯାବତ୍ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୦ ଜଣ ସଂକ୍ରମିତ ଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବାଲେଶ୍ଵରରେ ୯୦ ସଂକ୍ରମିତ, ୧୧ ସୁସ୍ଥ, ଯାଜପୁରରେ ୭୧ ସଂକ୍ରମିତ ୩୩ ସୁସ୍ଥ, ଖୋର୍ଦ୍ଧାରେ ୫୦ ସଂକ୍ରମିତ ୩୭ ସୁସ୍ଥ, ଭଦ୍ରକରେ ୩୧ ସଂକ୍ରମିତ ୧୫ ସୁସ୍ଥ, ସୁନ୍ଦରଗଡ଼ରେ ୨୩ ସଂକ୍ରମିତ ୧୦ ସୁସ୍ଥ, ଅନୁଗୁଳରେ ୧୫ ସଂକ୍ରମିତ, କେନ୍ଦ୍ରାପଡ଼ାରେ ୯ ସଂକ୍ରମିତ ୨ ସୁସ୍ଥ, ମୟୁରଭଞ୍ଜରେ ୯ ସଂକ୍ରମିତ, ଜଗତସିଂହପୁରରେ ୫ ସଂକ୍ରମିତ, ବୌଦ୍ଧରେ ୪ ସଂକ୍ରମିତ, କେନ୍ଦୁଝରରେ ୪ ସଂକ୍ରମିତ, ପୁରୀରେ ୪ ସଂକ୍ରମିତ ୧ ସୁସ୍ଥ, କଟକରେ ୩ ସଂକ୍ରମିତ ୧ ସୁସ୍ଥ, ବଲାଙ୍ଗିରରେ ୨ ସଂକ୍ରମିତ, ଝାରସୁଗୁଡ଼ାରେ ୨ ସଂକ୍ରମିତ ୨ ସୁସ୍ଥ ଅଛନ୍ତି।