ପୁଲିସ କ୍ୟାଣ୍ଟିନରେ ଦୁଷ୍କର୍ମ ଅଭିଯୋଗ ହୋଇଥିବା ପିଡ଼ିତାଙ୍କ ମୃତ୍ୟୁ

ରାୟଗଡ଼ା /ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିିରି ଜିଲ୍ଲା ସଦର ମହକୁମାସ୍ଥିତ ପୁଲିସ କ୍ୟାଂଟିନରେ କାମ କରୁଥିବା ଜଣେ ମହିଳା ଦୁଷ୍କର୍ମର ଶୀକାର ହୋଇଥିବା ନେଇ ଗତ ୯ ତାରିଖରେ ସଦର ଥାନାରେ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଲକାନଗିରି ପରେ କେରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଡ଼ାକ୍ତର ପରାମର୍ଶ ଦେଇଥିଲେ । ସଂପୃକ୍ତ ପିଡ଼ିତାଙ୍କୁ ଆଜି କୋରାପୁଟ ମେଡ଼ିକାଲ କଲେଜରୁ ବ୍ରହ୍ମପୁର ବଡ଼ ଡ଼ାକ୍ତର ଖାନା ନେବା ବାଟରେ ରାୟଗଡ଼ା ନିକଟରେ ମୃତ୍ୟୁ ଘଟିଛି ।

ସମ୍ପୃକ୍ତ ମହିଳାଙ୍କୁ ରାୟଗଡ଼ା ପୁଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପଚଂନାମା ପରେ ଏକ ଡ଼ାକ୍ତରି ଟିମ ଶବକୁ ବ୍ୟବଛେଦ କରିଛନ୍ତି । ପରେ ସମ୍ପୃକ୍ତ ମହିଳାଙ୍କୁ ଚିକିତ୍ସାପାଇଁ ନେଉଥିବା ତାଙ୍କ ସ୍ୱାମିଙ୍କୁ ଶବ ହସ୍ତାନ୍ତ କରିବା ସହ ଏକ ଗାଡ଼ିରେ ପରିବାର ସହ ଶବକୁ ମାଲକାନଗିରି ଅଭିମୁଖେ ପଠେଇ ଦିଆଯାଇଛି । ତେବେ ଆଜି ରାୟଗଡ଼ା ଗସ୍ତରେ ଆସିଥିବା ଦକ୍ଷିଣ ପଶ୍ଚିମାଚଂଳ ରେଞ୍ଜ ଡିଆଜି ସଫିନ ଅହମ୍ମଦ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଏହି ମାମଲାକୁ ନେଇ ମାଲକାନଗିରି ଅତିରିକ୍ତ ଆରକ୍ଷି ଅଧକ୍ଷକଙ୍କ ନେତୃତ୍ୱ ଦୁଇଜଣ ଇନିସପେକ୍ଟର ଏବଂ ଜଣେ ସବଇନିସପେକ୍ଟରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ଶବ ବ୍ୟବଛେଦ ରିପୋଟ ମିଳିବାପରେ ମୃତ୍ୟୁ ସାଙ୍ଗକୁ ଅନ୍ୟାନ୍ୟ କରାଣ ଜଣାପଡ଼ିବା ପରେ ସେହି ଦିଗରେ ତଦନ୍ତ ଆରମ୍ଭ ହେବ । ଏଥିରେ ଦୋଷୀ ଯେ କେହି ହୁଅନ୍ତ ନା’ କାହଁକି ତାଙ୍କ ବିରୁନ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି ।