ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି। ଓରକେଲ ଥାନା ପୁଲିସ ଏସ.ଆଇ ରଜନୀକାନ୍ତ ଦୀପଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ରବିବାର ରାତିରେ ସୁରଲୁକୋଣ୍ଡା ବଜାର ଛକ ନିକଟରେ ଗାଡ଼ି କାଗଜପତ୍ର ଯାଂଚ ବେଳେ ଏକ ପିକଅପ୍ ଭ୍ୟାନ ନମ୍ବର ଓ.ଡି ୩୦ ସି ୨୪୧୬ ଗାଡ଼ି ତେନ୍ତୁଳିଗୁଡ଼ା ଗ୍ରାମରୁ ସୁରଲୁକୋଣ୍ଡା ଦେଇ ଛତିଶଗଡ଼ ରାଜ୍ୟକୁ ଚୋରାଚାଲାଣ ବେଳେ ଅଟକାଇଥିଲେ। ଗାଡ଼ି ଯାଂଚ ବେଳେ ସେଥିରେ ୬୬ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଗଞ୍ଜେଇ ସହ ଚାଲାଣ କରୁଥିବା ତେନ୍ତୁଳିଗୁଡା ଗ୍ରାମର ଡ୍ରାଇଭର ଚୈତନ୍ୟ ମାଡି (୩୪), ଏମ.ଭି-୫୪ ଗ୍ରାମର ଅଜିତ୍ ସରକାର(୨୮), ଏମ.ଭି-୧୨୩ ଗ୍ରାମର ନରେନ ସରକାର(୪୮) ଓ ଏମ.ଭି-୩୩ ଗ୍ରାମର ଅଜୟ ମଣ୍ଡଳ(୨୩)କୁ ଗିରଫ କରିବା ସହ ୪ ଟି ମୋବାଇଲ,ଏକ ପିକଅପ୍ ଗାଡି ଜବତ କରି ଆଜି କୋର୍ଟ ଚାଲାଣ କରିଛି। ଓଜନ କରିବା ପରେ ୨୦ କ୍ୱିଂଟାଲ ୪ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଓରକେଲ ଥାନା ପୁଲିସ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି।