ଭୁବନେଶ୍ୱର,ଏନ୍ଏନ୍ଏସ୍ : ୧୩ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯିବ ସ୍ୱତନ୍ତ୍ର ଟ୍ରେନ୍। ୧୩ତାରିଖ ସକାଳ ୧୦ଟାରୁ ଭୁବନେଶ୍ୱର ଛାଡ଼ିବ ଏହି ସ୍ପେଶାଲ ଟ୍ରେନ୍। ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାରକଣ୍ଡିସନ୍। ୧୪ରୁ ଆରମ୍ଭ ହେବ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ୍। ଭୁବନେଶ୍ୱର ଦିଲ୍ଲୀ ମଧ୍ୟରେ ୭ଟି ଜାଗାରେ ଷ୍ଟପେଜ୍ କରିବ ଏହି ଟ୍ରେନ୍। ବାଲେଶ୍ୱର, ଖଡଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ୍, କାନପୁର ଏହି ୭ଟି ଯାଗାରେ ଟ୍ରେନ୍ ରହିବ ବୋଲି ସୂଚନା ମିଳିଛି। ଆଇଆରଟିସିରେ ବୁକିଂ,ଆରଏସିରେ ୱେଂଟି ନାହିଁ। କେବଳ କନଫର୍ମ ଟିକଟ।
ଟ୍ରେନ୍ ଛାଡ଼ିବାର ୨୪ଘଣ୍ଟା ପୂର୍ବରୁ ଅନଲାଇନରେ କ୍ୟାନସେଲ୍ କରିହେବ ବୋଲି ଜଣାପଡ଼ିଛି। ଟିକଟ୍ କାନସେଲ୍ କଲେ ବୁକିଂ ମୂଲ୍ୟର ୫୦ପ୍ରତିଶତ ଫେରସ୍ତ ମିଳିବ ବୋଲି ଜଣାପଡ଼ିଛି। ଟ୍ରେନରେ ଖାଦ୍ୟ ଓ ଅଳ୍ପ କିଛଇ ପାଣି ମିଳିବ ବୋଲି ଜଣାପଡ଼ିଛି କିନ୍ତୁ ଖାଦ୍ୟ ନେଇ ସାଥିରେ ଆସିବାକୁ ପରାମର୍ଶ ଦିଆଯାଇଛି। କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ଷ୍ଟେସନ ଭିତକରୁ ଯିବାକୁ ଅନୁମତି ମିଳିବ। କେବଳ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ଟ୍ରେନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କୁ ମେଡିକାଲ ସ୍କ୍ରିନିଂ କରାଯିବ। ଯାତ୍ରୀମାନେ ମାସ୍କ, ହ୍ୟାଣ୍ଡ ସାନିଟାଇଜର୍ ଓ ସାବୁନ୍ ସାଥିରେ ଧରି ଆସିବେ ବୋଲି କୁହାଯାଇଛି।