ପୁରୁଷୋତ୍ତମପୁର,ଏନ୍ଏନ୍ଏସ୍: କରୋନା ମୁକାବିଲା ନେଇ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଦିଆଯାଉଥିବା ଖାଦ୍ୟକୁ ନେଇ ଅନେକ ସମୟରେ ଅଭିଯୋଗ ଆସୁଥିବା ବେଳେ ଏହା ଅତି ନିମ୍ନମାନର ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ୍ର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଖାଦ୍ୟପେୟକୁ ନେଇ ସୁନ୍ଦର ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ପ୍ରଶାସନର ଉଦ୍ୟମରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ଓ ସେମାନେ ସଂଗରୋଧ ନିୟମର ପାଳନ କରନ୍ତୁ ସେ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିସହ ସେମାନଙ୍କ ଖାଦ୍ୟ ପେୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ବ୍ଲକ୍ ପ୍ରଶାସନ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ସେମାନଙ୍କ ସେମାନଙ୍କ ପାଇଁ ସ୍ୱାଦିଷ୍ଟ ଓ ପୃଷ୍ଟିକର ଭୋଜନର ବ୍ୟବସ୍ଥା କରାଯାଇଛି। ଏ ନେଇ ଅନ୍ତେବାସୀମାନେ ଖୁସି ଥିବା ସହ ଏଭଳି ବ୍ୟବସ୍ଥା ରହିଲେ ସରକାର ଯେଉଁ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ଆମେ ରହିବୁ ବୋଲି କହିଛନ୍ତି। ସେଠାରେ ଆଜି ସେମାନଙ୍କୁ ଭାତ, ବହଳିଆ ଡାଲି ଓ ଚିକେନ ତରକାରୀ ଦିଆଯାଇଛି।
ବ୍ଲକରେ ଅନ୍ତେବାସୀଙ୍କୁ ଏଭଳି ସୁବିଧା ଯୋଗାଇ ଦେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯିବା ସହ ଟ୍ୱିଟରେ ଅପଲୋଡ କରିଛନ୍ତି।