ଆଉ ୧୦ ନୂଆ କରୋନା ପଜିଟିଭ : ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଓ ଯାଜପୁର ୪ଜଣ ରହିଥିବା ସୂଚନା ମିଳିଛି। ଏଥି ସହିତ ରାଜ୍ୟରେ ଏହି ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଓ ଯାଜପୁରରେ ୫୯କୁ ପହଁଚିଛି। ଭଦ୍ରକରେ ମୋଟ ୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି ଓ ୧୯ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଯାଜପୁରରେ ଚିହ୍ନଟ ହୋଇଥିବା ୫୯ଜଣଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବାବେଳେ ୫୭ ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ ହୋଇଥିବାବେଳେ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୯୧ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।