ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୦୯ରେ ପହଁଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨୭୭ଟି ନୂଆ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୬୨ ହଜାର ୯୩୯ଜଣ ସଂକ୍ରମିତ ହୋଇଛନ୍ତି। ଆଉ ୧୯ହଜାର ୩୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ୭୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜାରାଟରେ ୪୭୨, ମଧ୍ୟପ୍ରଦେଶରେ ୨୧୫, ପଶ୍ଚିମବଙ୍ଗରେ ୧୭୧, ରାଜସ୍ଥାନରେ ୧୦୬, ଦିଲ୍ଲୀରେ ୭୩, ଉତ୍ତରପ୍ରଦେଶରେ ୭୪, ଆନ୍ଧ୍ରପ୍ରଦେଶରେ ୪୪, ତାମିଲନାଡ଼ୁରେ ୪୪, ତେଲେଙ୍ଗାନାରେ ୩୦, କର୍ଣ୍ଣାଟକରେ ୩୦, ପଞ୍ଜାବରେ ୩୧, ଜମ୍ମୁ-କଶ୍ମୀରରେ ୯, ହରିୟାଣାରେ ୯, ବିହାରରେ ୫, କେରଳରେ ୪, ଝାରଖଣ୍ଡରେ ୩, ଓଡ଼ିଶାରେ ୩, ଆସାମରେ ୨, ହିମାଚଳପ୍ରଦେଶରେ ୨, ଉତ୍ତରାଖଣ୍ଡ, ହିମାଳୟ ଓ ଚଣ୍ଡୀଗଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି।