ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ମାଡ଼ି ଚାଲିଛି। ଏହି ଧାରାରେ ଏବେ ଅନୁଗୁଳ ମଧ୍ୟ ସାମିଲ ହୋଇଛି। ଆଜି ସକାଳେ ଚିହ୍ନଟ ହୋଇଥିବା ୫୮ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୩ଜଣ ଅନୁଗୁଳର ବୋଲି ଜଣାପଡ଼ିଥିଲା। ଏକାଥରେ ୧୩ ଜଣ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେଥିପାଇଁ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ଏଠାରେ ରେଡ ଜୋନର ସମସ୍ତ କଟକଣା ଲାଗୁ କରିଛନ୍ତି। ସରକାରୀ ଭାବେ ଅନୁଗୁଳକୁ ରେଡ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଏଥି ସହିତ ରାଜ୍ୟରେ ୨୦ ଟି ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି।