ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛି। ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଭୁବନେଶ୍ୱରରୁ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଜଣେ ଝାରପଡ଼ାର ହୋଇଥିବାବେଳେ ଆଉ ଜଣେ ମଧୁସୂଦନ ନଗର ଅଞ୍ଚଳର ଥିଲେ । ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ ଏପ୍ରିଲ ୬ ଓ ଦ୍ୱିତୀୟ ମେ’ ୫ ତାରିଖରେ ହୋଇଥିଲା।