ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ପାଖାପାଖି ୪୫ ଦିନ ବିମାନ ଉଡ଼ାଣ ବନ୍ଦ ରହିବା ପରେ ମେ’ ୧୫ ସୁଦ୍ଧା ଘରୋଇ ଉଡ଼ାଣ ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବେସମାରିକ ବିମାନ ଉଡ଼ାଣ ମନ୍ତ୍ରୀ ହରଦୀପ ସିଂ ପୁରୀ। ଗ୍ରୀନ ଜୋନ ମଧ୍ୟରେ ସଞ୍ଚାଳନ କରାଯିବାର ଅଧିକ ସମ୍ଭାବନା ରହିଥିଲେ ମଧ୍ୟ ଦେଶର ସମସ୍ତ ମହାନଗର ରେଡ ଜୋନରେ ରହିଛି। ଏସବୁ ସତ୍ତେ୍ୱ ଖୁବ୍ଶୀଘ୍ର ବିମାନ ଉଡ଼ାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପୁରୀ କହିିିଛନ୍ତି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ ତାରିଖରୁ ସବୁ ଉଡ଼ାଣକୁ ରଦ୍ଦ କରି ଦିଆଯାଇଥିଲା।