କୋରାପୁଟ/ଜୟପୁର,ଏନ୍ଏନ୍ଏସ୍: କାରାଗାରରେ ବିଚାରାଧୀନ ଥିବା ଜଣେ ମହିଳା କଏଦୀ ଆଜି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ଜୟପୁର ପି ଆର ପେଟାର ଲୀନା ପାଣିଗ୍ରାହୀ। ସୂଚନା ଅନୁସାରେ ସେ ଜାନୁଆରୀ ୨୦ରୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ହାଜତ ଯାଇଥିଳେ। ତେବେ ସେଠାରେ ଆଜି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୂର୍ବରୁ ଲୀନା ଏଚଆଇଭି ଓ ଆସ୍ଥ୍ମା ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ସେ ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।