ଅରେଞ୍ଜ ଜୋନ ନିୟମ ଅମାନ୍ୟ ଅଭିଯୋଗରେ ୨ ବାଇକ ଓ ବୋଲେରୋ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ସନ୍ଧ୍ୟା ୭ଟା ଠାରୁ ସକାଳ ୭ଟା ଯାଏଁ ବାହାରେ ବୁଲା ବୁଲିକୁ ବାରଣ କରାଯାଇଛି। ଏହାକୁ ଅମାନ୍ୟ ଅଭିଯୋଗରେ ଗତକାଲି କୁଣ୍ଢେଇଗୋଳା ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଗତକାଲି ସନ୍ଧ୍ୟା ୭ଟା ପରେ ବୁଲୁଥିବା ୨ ବାଇକ ଆରୋହୀଙ୍କ ବାଇକକୁ କୁଣ୍ଢେଇଗୋଳା ଥାନା ପୁଲିସ ଜବତ କରିଥିବା ବେଳେ ଗୋଟିଏ ବୋଲେରୋ ମଧ୍ୟ ଜବତ କରିଛି। ଏଥିସହିତ ଗାଡି ଚାଳକଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି।